ପିଏମ ମୋଦି ହିଁ ବନ୍ଦ କରାଇବେ ଋଷ-ୟୁକ୍ରେନ ଯୁଦ୍ଧ! ଭାରତ ସହ ଲଗାତର ଯୋଗାଯୋଗରେ ଅଛନ୍ତି ଜାତିସଂଘର ମୁଖ୍ୟ
Advertisement
trendingNow11137343

ପିଏମ ମୋଦି ହିଁ ବନ୍ଦ କରାଇବେ ଋଷ-ୟୁକ୍ରେନ ଯୁଦ୍ଧ! ଭାରତ ସହ ଲଗାତର ଯୋଗାଯୋଗରେ ଅଛନ୍ତି ଜାତିସଂଘର ମୁଖ୍ୟ

Russia-Ukraine War: ଭାରତ ଏ ବାବଦରେ ଏ ପର୍ଯ୍ୟନ୍ତ ବହୁତ ଭାବିଚିନ୍ତି ପ୍ରତିକ୍ରିୟା ଦେଉଛି । ଏହାର ମୁଖ୍ୟ କାରଣ ହେଉଛି ଋଷ (Russia) ସହିତ ଭାରତର ପୁରୁଣା ସମ୍ପର୍କ । ଏହି ପ୍ରସଙ୍ଗରେ ମିଳିତ ଜାତିସଂଘ (United Nations) ରେ ଅନୁଷ୍ଠିତ ଭୋଟିଂରେ ନୂଆଦିଲ୍ଲୀ ମଧ୍ୟ ଭାଗ ନେଇନଥିଲେ । ତେବେ ଶାନ୍ତି ମାଧ୍ୟମରେ ସମାଧାନ ପାଇଁ ଭାରତ ଅପିଲ କରିଛି । ଉଲ୍ଲେଖନୀୟ ବିଷୟ ହେଉଛି, ଆଜି ତୁର୍କୀରେ ଦୁଇ ପକ୍ଷ ମଧ୍ୟରେ ଆଉ ଏକ ବୈଠକ ହେବାକୁ ଯାଉଛି ଯେଉଁଥିରେ ଶାନ୍ତି ବଜାୟ ରଖିବା ପାଇଁ ଆଲୋଚନା ହେବ ।

ପିଏମ ମୋଦି ହିଁ ବନ୍ଦ କରାଇବେ ଋଷ-ୟୁକ୍ରେନ ଯୁଦ୍ଧ! ଭାରତ ସହ ଲଗାତର ଯୋଗାଯୋଗରେ ଅଛନ୍ତି ଜାତିସଂଘର ମୁଖ୍ୟ

ନୂଆଦିଲ୍ଲୀ: Russia-Ukraine War: ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଭୀଷଣ ଲଢ଼େଇ ଚାଲିଛି । ବିଗତ ଏକ ମାସ ଧରି ଏହି ଯୁଦ୍ଧ ଜାରି ରହିଛି । ଋଷ ୟୁକ୍ରେନ ଉପରେ ଆକ୍ରମଣ ଜୋରଦାର କରିଛି । ଋଷର ସେନା (Russian Army) ଲଗାତର ୟୁକ୍ରେନର ବଡ଼ ବଡ଼ ସହର ଉପରେ ମିସାଇଲ (Missile) ମାଡ଼ କରୁଛି । ସେପଟେ ୟୁକ୍ରେନ ସେନା (Urainian Army) ମଧ୍ୟ ଋଷ ସେନାକୁ କଡ଼ା ଟକ୍କର ଦେଉଛି ।  ସେପଟେ ଏହି ଯୁଦ୍ଧ (Russia-Ukraine War) କୁ ଶେଷ କରିବାରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  (Indian PM Narendra Modi) ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି । ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ (United Nations Secretary-General Antonio Guterres) କହିଛନ୍ତି ଯେ, ଯୁଦ୍ଧ ଶେଷ କରିବା ଦିଗରେ ମଧ୍ୟସ୍ଥତା ପ୍ରୟାସରେ ସେ ଭାରତ ସମେତ ଅନେକ ଦେଶ ସହ ଲଗାତର ସମ୍ପର୍କରେ ଅଛନ୍ତି । ବାର୍ତ୍ତା ମାଧ୍ୟମରେ ସମସ୍ୟାର ସମାଧାନ ଖୋଜିବା ପାଇଁ ଭାରତ ଲଗାତର ଭାବରେ ଓକିଲାତି କରୁଛି ।

ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ (Antonio Guterres) ସୋମବାର କହିଛନ୍ତି ଯେ, ସେ ଭାରତ, ତୁର୍କୀ, ଚୀନ୍ ଏବଂ ଇସ୍ରାଏଲ୍ ସମେତ ଅନ୍ୟ ଦେଶମାନଙ୍କ ସହ ଆଲୋଚନା କରିବେ ଓ ଋଷ-ୟୁକ୍ରେନ ଯୁଦ୍ଧ (Russia-Ukraine War) କୁ ବନ୍ଦ କରିବା ପାଇଁ ମଧ୍ୟସ୍ଥତା ପ୍ରୟାସ କରିବେ । ମୁଁ ଅନେକ ଦେଶ ସହ ଲଗାତର ସମ୍ପର୍କରେ ଅଛି ଯେଉଁମାନେ ରାଜନୈତିକ ସମାଧାନ ପାଇଁ ମଧ୍ୟସ୍ଥତାର ବିଭିନ୍ନ ଉପାୟ ଜାଣିବା ପାଇଁ ଉଭୟ ପକ୍ଷ ସହ କଥାବାର୍ତ୍ତା କରୁଛି ।

ଜାତିସଂଘର ମୁଖ୍ୟ (UN chief) କହିଛନ୍ତି ଯେ, "ମୁଁ ନିଜ ତୁର୍କୀର ମିତ୍ରମାନଙ୍କ ସହିତ ବହୁତ ଘନିଷ୍ଠ ସମ୍ପର୍କ ରଖିଛି । ସେହିଭଳି ମୁଁ ଭାରତ ସମେତ କତାର, ଇସ୍ରାଏଲ, ଚୀନ୍,  ଫ୍ରାନ୍ସ ଏବଂ ଜର୍ମାନୀ ସହିତ ମଧ୍ୟ ଲଗାତର ସମ୍ପର୍କରେ ଅଛି । ମୋର ବିଶ୍ୱାସ ଯେ ଏହି ଯୁଦ୍ଧର ସମାପ୍ତି କରିବା ପାଇଁ ପରିସ୍ଥିତି ସୃଷ୍ଟି କରିବା ପାଇଁ ଏହି ସମସ୍ତ ପ୍ରୟାସ ଆବଶ୍ୟକ । ଏହି ସମସ୍ତ ଦେଶ ତାଙ୍କ ଉଦ୍ୟମକୁ ସମର୍ଥନ କରୁଛନ୍ତି କି ନାହିଁ ପଚରାଯିବାରୁ ଗୁଟେରସ୍ କହିଛନ୍ତି ମୋତେ ଏପରି ଆଶା ରହିଛି ।

ଏହା ବି ପଢ଼ନ୍ତୁ:-ଗେହଲୋଟ ବନାମ ପାଇଲଟ: ରାଜସ୍ଥାନ କଂଗ୍ରେସରେ ଝଡ଼ ପୂର୍ବର ନୀରବତା!

ଏହା ବି ପଢ଼ନ୍ତୁ:-ମହିଳାଙ୍କ ସହିତ ବନ୍ଦ ରୁମରେ ପଞ୍ଚାୟତ ସଚିବଙ୍କ ମସ୍ତି! ଭାଇରାଲ ହେଲା ଭିଡିଓ

ଏହା ବି ପଢ଼ନ୍ତୁ:-କାହିଁକି ବଢୁଛି ପେଟ୍ରୋଲ-ଡିଜେଲ ଦର? ଗଡକରୀ କହିଲେ ଏହାର କାରଣ

 

ଭାରତ ଏ ବାବଦରେ ଏ ପର୍ଯ୍ୟନ୍ତ ବହୁତ ଭାବିଚିନ୍ତି ପ୍ରତିକ୍ରିୟା ଦେଉଛି । ଏହାର ମୁଖ୍ୟ କାରଣ ହେଉଛି ଋଷ (Russia) ସହିତ ଭାରତର ପୁରୁଣା ସମ୍ପର୍କ । ଏହି ପ୍ରସଙ୍ଗରେ ମିଳିତ ଜାତିସଂଘ (United Nations) ରେ ଅନୁଷ୍ଠିତ ଭୋଟିଂରେ ନୂଆଦିଲ୍ଲୀ ମଧ୍ୟ ଭାଗ ନେଇନଥିଲେ । ତେବେ ଶାନ୍ତି ମାଧ୍ୟମରେ ସମାଧାନ ପାଇଁ ଭାରତ ଅପିଲ କରିଛି । ଉଲ୍ଲେଖନୀୟ ବିଷୟ ହେଉଛି, ଆଜି ତୁର୍କୀରେ ଦୁଇ ପକ୍ଷ ମଧ୍ୟରେ ଆଉ ଏକ ବୈଠକ ହେବାକୁ ଯାଉଛି ଯେଉଁଥିରେ ଶାନ୍ତି ବଜାୟ ରଖିବା ପାଇଁ ଆଲୋଚନା ହେବ ।

Trending news